OPS ସ୍ତରରେ ହେଲା ବଡଧରଣର ଅଦଳବଦଳ; ୧୯ଜଣ ଅତିରିକ୍ତ ଏସ୍‌ପିଙ୍କ ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

OPS ସ୍ତରରେ ହେଲା ବଡଧରଣର ଅଦଳବଦଳ । ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି । ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ୱାଇଁଙ୍କ ବଦଳି ହୋଇଛି । ସେ ତାଳଚେରର ଅତିରିକ୍ତ ଏସ୍‌ପି ଭାବେ କାର୍ଯ୍ୟ କରିବେ । ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଦାୟିତ୍ୱ ଦିଆଯାଇଛି । ବଲାଙ୍ଗିର ଏଏସପି ଆଲୋକ କୁମାର ଜେନାଙ୍କୁ ବ୍ରହ୍ମପୁର ବଦଳି କରାଯାଇଛି । ତାଳଚେରର ଆଡିସନାଲ ଏଏସପି ହୋଇଛନ୍ତି ସୀମା ସ୍ୱାଇଁ । କଟକ ASP ସତ୍ୟବିକାଶ ଭୂୟାଁଙ୍କୁ ଭଦ୍ରକ ବଦଳି କରାଯାଇଛି । ସମ୍ବଲପୁରର ଅତିରିକ୍ତ ଏସପି ପ୍ରକାଶ କୁମାର ଟପ୍ପୋଙ୍କୁ ରାଉରକେଲା ବଦଳି କରାଯାଇଛି । ଭୁବନେଶ୍ୱରର ଅତିରିକ୍ତ ଏସପି ସଞ୍ଜୀବ କୁମାର ଶତପଥୀଙ୍କୁ ଆଡିସନାଲ ଏସପି ସ୍ପେଶ । ମୋଟ ୧୯ ଜଣ ଅତିରିକ୍ତ ଏସ୍‌ପିଙ୍କ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ଜାରି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)