ଅକ୍ଷର ବ୍ୟୁରୋ: ବୁଧବାର ଜଗତସିଂହପୁର ଜିଲ୍ଲା ଗସ୍ତ କରି ନୂତନ ରାସନ କାର୍ଡ ବଣ୍ଟନ କରିଛନ୍ତି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଅଧୀନ କୁଞ୍ଜକୋଠି ପଞ୍ଚାୟତ ଅନ୍ତର୍ଗତ କନାଗୁଳି ଗ୍ରାମରେ ଆୟୋଜିତ ଲକ୍ଷ୍ମୀପୂଜା ମଣ୍ଡପ ପରିସରରେ ନୂତନ ରାସନ କାର୍ଡ଼ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ବଣ୍ଟନ କରିଥିଲେ । ସେଠାରେ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଇ ସାଧାରଣ ସଭାକୁ ସମ୍ବୋଧିତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିକୁଦା–ଏରସମା ବିଧାୟକ ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତି, ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ସାଧାରଣ ସଭାକୁ ମୂଲ୍ୟବାନ ବନେଇଥିଲେ । ସମ୍ବୋଧନରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଫଳପ୍ରଦ କରିବା ପାଇଁ ଏବଂ ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଏବଂ ଉପଯୁକ୍ତ ପରିମାଣର ଖାଦ୍ୟ ଓ ପୃଷ୍ଟିର ସୁରକ୍ଷା ଯୋଗାଇ ଦେଇ ସମ୍ମାନର ସହ ଖାଦ୍ୟ ଅଧିକାର ଦେବା ନିମନ୍ତେ ମୋହନ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି ବୋଲି କହିଥିଲେ । ଏଭଳି ଲୋକହିତକର କାର୍ଯ୍ୟ କରି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାଧାରଣ ସଭାରେ ପ୍ରସଂଶା ସାଉଁଣ୍ଟିବା ସହିତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ।
ଜଗତସିଂହପୁର ଜିଲ୍ଲା ପୂଜା ମଣ୍ଡପରେ ବିଭାଗୀୟ ଅଧିକାରୀଙ୍କ ସହ ରାସନକାର୍ଡ଼ ବାଣ୍ଟିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।












Leave a Reply