କଳିଙ୍ଗା ଘାଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ; ପ୍ରବଳ ବର୍ଷା ଯୋଗୁ କଂକ୍ରିଟ ପାହାଡ଼ ପାଣିସ୍ରୋତରେ ଭାସିଯାଇଥିବା ସୂଚନା ।

ଅକ୍ଷର ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁ କଳିଙ୍ଗା ଘାଟି ଯାତାୟାତ ବନ୍ଦ । ଦୀର୍ଘ ୨୫ ଦିନ ହେଲାଣି କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି । ଗତମାସ ୧୬ ତାରିଖରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ୫୦ ମିଟର ରାସ୍ତା ଭାସିଯାଇ ବିରାଟ ଖାଲ ସୃଷ୍ଟି ହୋଇଥିଲା । ୧୭ ତାରିଖଠାରୁ ଜାତୀୟ ରାଜପଥ ବିଭାଗ ଦ୍ୱାରା ଏକ ବେସରକାରୀ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଥିଲେ । ଗୁରୁବାରଠାରୁ ଶେଷ ପର୍ଯ୍ୟାୟ କଂକ୍ରିଟ କାମ ଚାଲିଥିବା ବେଳେ ଶନିବାର ପ୍ରବଳ ବର୍ଷା ଯୋଗୁଁ ସେହି ଦିନ ପଡ଼ିଥିବା କଂକ୍ରିଟ ପାହାଡ଼ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିବା ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ସାହୁ । ଏଥିସହ ଭୂସ୍ଖଳନ ଆଶଙ୍କା କରି କାମ କରୁଥିବା ଶ୍ରମିକ ସ୍ଥାନ ଛାଡ଼ି ଦେଇଥିଲେ । ତେବେ ରବିବାର ସକାଳୁ ଜଣାପଡ଼ିବ କେତେ କ୍ଷୟକ୍ଷତି ହୋଇଛି । ସୂଚନାଥାଉକି, ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଥିବାରୁ କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)