ଅକ୍ଷର ବ୍ୟୁରୋ: ଆସନ୍ତା ମାସରୁ ଚାଉଳ ବନ୍ଦ । ଇକେଓ୍ୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହୋଇଯିବ ଚାଉଳ । କେନ୍ଦ୍ର ସରକାର ଇକେଓ୍ୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେଓ୍ୱାଇସି କରିନାହାନ୍ତି । ଏବେ ଆଉ ସମୟ ନାହିଁ । ଏବେବି କେଓ୍ୱାଇସି କରିନଥିବା ଲୋକଙ୍କ ଚାଉଳ ପଠାଯାଉଛି । ତାକୁ ଖୁବଶୀଘ୍ର ବନ୍ଦ କରିଦିଆଯିବ । ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ । ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ସମୟ ବଢାଇବେ, ତେବେ ଆମେ ମଧ୍ୟ ବଢାଇବୁ । ଯଦି କିଏ ବାଦ୍ ରହିଯାଇଥିବ, ତେବେ ସେମାନଙ୍କୁ ଲିଖିତ ଭାବେ ଦେବାକୁ ପଡିବ । ତାପରେ ଯାଇ ଆମେ ସେମାନଙ୍କ କଥା ବିଚାର କରିବୁ । ସୂଚନାଯୋଗ୍ୟ ଯେ, ଭୂତ ହିତାଧିକାରୀଙ୍କ ଚିହ୍ନଟ ପାଇଁ ଇକେଓ୍ୱାଇସି ଯୋଜନା କରାଯାଇଥିଲା । ଯେଉଁଥିରେ ରାସନ କାର୍ଡରେ ଥିବା କିମ୍ବା ପରିବାର ସମସ୍ତ ସଦସ୍ୟଙ୍କ ଆଉ ଥରେ କେଓ୍ୱାଇସି କରିବା ବାଧ୍ୟତାମୂଳକ ଥିଲା । ହେଲେ ଧାର୍ଯ୍ୟ ତାରିଖ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରିନଥିଲା ଇକେଓ୍ୱାଇସି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବଡ ସୂଚନା; ଆସନ୍ତା ମାସରୁ ମିଳିବନି ଚାଉଳ ।












Leave a Reply