ଅକ୍ଷର ବ୍ୟୁରୋ: ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ । ସବୁକିଛି ଫାଇନାଲ୍ ହୋଇସାରିଛି, କେବଳ ଘୋଷଣା ବାକି ଅଛି । ଏନେଇ ଆଜି ଏକ୍ସରେ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ତାଙ୍କ ସୂଚନା ମୁତାବକ, ବିଜେପି ନୂଆପଡ଼ା ଉପ-ନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ । ଆସନ୍ତା ୧୬ ତାରିଖରେ ସେ ନାମାଙ୍କନ କରିବେ । ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ୧୬ ତାରିଖରେ ନୂଆପଡ଼ା ଗସ୍ତ କରିବେ । ଆଉ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ସେହିଦିନ ପ୍ରାୟ ୨ ହଜାରରୁ ଅଧିକ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁଜିତ କୁମାର ।
ଜୟ ଢୋଲକିଆ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ; ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ।












Leave a Reply