ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ଆଉ ୫ କିଲୋ ଅଧିକ ଚାଉଳ; ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳର ପରିମାଣ । ୫ କିଲୋ ଜାଗାରେ ଆଉ ଅଧିକ ୫ କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ରାସନ କାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀ ପାଇବେ ଅଧିକ ଚାଉଳ । ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ପଠାଯିବ । ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ । ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)