ଅକ୍ଷର ବ୍ୟୁରୋ: ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲେଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ସହିତ ବିଜେଡିର ତମାମ ନେତା ମଧ୍ୟ ନୂଆପଡ଼ାରେ ପ୍ରଚାର କରିବେ । ଏଥିପାଇଁ ଏକ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ରହିଥିବାବେଳେ, ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ମଧ୍ୟ ରହିଛନ୍ତି । ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ଲିଷ୍ଟରେ ସବୁଠୁ ଉପରେ ରହିଛନ୍ତି ନବୀନ ପଟ୍ଟନାୟକ । ଏଥିରୁ ନବୀନ ନିଜେ ନୂଆପଡ଼ା ଯାଇ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତାଙ୍କ ସହିତ ବିଜେଡିର ବିଧାୟକ ଏବଂ ନେତାମାନେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ । ବିଜେଡିର ଏହି ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରହିଛନ୍ତି । ଏହାବାଦ୍ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଦେବ ଆଉ ପ୍ରଣବ ପ୍ରକାଶ ଦାସ ମଧ୍ୟ ରହିଛନ୍ତି ।
ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲେଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।












Leave a Reply