ଦୀପାବଳି ଦ୍ୱନ୍ଦ୍ୱକୁ ନେଇ ୨୦ ଓ ୨୧ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

ଅକ୍ଷର ବ୍ୟୁରୋ: ଆସନ୍ତା ଅକ୍ଟୋବର ୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦ ଓ ୨୧ ତାରିଖ ଦୁଇ ଦିନ ଛୁଟି ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ । ଦୀପାବଳିକୁ ନେଇ ଥିବା ଦ୍ୱନ୍ଦ୍ୱ ଭିତରେ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ୨୦ରେ ନୂଆପଡ଼ାରେ ସରକାରୀ କାର୍ଯ୍ୟାଳୟ/ମାଜିଷ୍ଟେରିଆଲ କୋର୍ଟ ଖୋଲା ରହିବ । ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା । ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ । ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କି ସଂସ୍ଥା ଖୋଲା । ନୂଆପଡ଼ା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ । ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)