ଦୀପାବଳିକୁ ନଜରରେ ରଖି କ୍ୟାପିଟାଲ ହିସ୍ପିଟାଲରେ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା ନେଇ ବିଜ୍ଞପ୍ତି ଜାରି ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି ପାଳନ କରିବେ ରାଜ୍ୟବାସୀ । ଏହାକୁ ନେଇ ଆଲର୍ଟରେ ରହିଛି କ୍ୟାପିଟାଲ ହସ୍ପିଟାଲ । ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ବିଜ୍ଞପ୍ତି ଜାରି । ଦୀପାବଳିକୁ ନଜରରେ ରଖି କ୍ୟାପିଟାଲ ହିସ୍ପିଟାଲରେ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସ୍ଵତନ୍ତ୍ର ଏକ ଡାକ୍ତରୀ ଦଳ ଗଠନ କରାଯାଇଛି । କାଜୁଆଲିଟିଠାରୁ ଆରମ୍ଭ କରି ଡ୍ରେସିଂ ରୁମ୍‌ ପର୍ଯ୍ୟନ୍ତ ଅଧିକ ସ୍ଵାସ୍ଥ୍ୟ କର୍ମୀ ନିୟୋଜିତ କରାଯିବ । ସ୍ୱତନ୍ତ୍ର ଭାବେ ଚର୍ମ, ଅସ୍ଥିଶଲ୍ୟ, ଚକ୍ଷୁ ଓ ଭେଷଜ ବିଶେଷଜ୍ଞଙ୍କୁ ନିୟୋଜିତ ହେବେ । କାଜୁଆଲିଟି ବାହାରେ ଅଧିକ ସଂଖ୍ୟାରେ ଷ୍ଟ୍ରେଚର ଓ ହୁଇଲ୍ ଚେୟାର ବ୍ୟବସ୍ଥା କରାଯାଇଛି । ଯଦି ଅଧିକ ପୋଡ଼ା ରୋଗୀ ଆସନ୍ତି ତାହେଲେ ବର୍ଣ୍ଣ ୟୁନିଟ୍‌କୁ ପଠାଯିବ । ସେଠାରେ ପ୍ରାଥମିକ ପର୍ଯ୍ୟାୟରେ ଅଧିକ ୪ ଶଯ୍ୟା ରହିଛି ବୋଲି ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି । ସୁରକ୍ଷିତ ଓ ନିରାପଦ ଭାବେ ବାଣ ଫୁଟେଇବା ପାଇଁ ନିବେଦନ କରାଯାଇଛି । ଆଖିରେ ଚଷମା ପିନ୍ଧି, ପାଖରେ ପାଣି ରଖି ସତର୍କତାର ସହ ପାଳିବା ପାଇ ପରାମର୍ଶ ଦିଆଯାଇଛି । ଏହା ସହ ଗ୍ରୀନ ବାଣ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ଡାକ୍ତର ଧନଞ୍ଜୟ ଦାସ  । 

ପରାମର୍ଶ ଦେଇ ସେ ଆହୁରି କହିଛନ୍ତି, ”ଆଲୋକ ପର୍ବ ଦୀପାବଳୀକୁ ଆନନ୍ଦ ଓ ପାରମ୍ପରିକ ଢଙ୍ଗରେ ପାଳନ କରନ୍ତୁ । ବିଶେଷ କରି ବାଣ ଫୁଟାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ପିଲାଙ୍କ ପାଖରେ ଅଭିଭାବକମାନେ ଉପସ୍ଥିତ ରହନ୍ତୁ । ପାଖରେ ଅଧିକ ପରିମାଣରେ ପାଣି ମହଜୁଦ ରଖନ୍ତୁ । ସୂତା ବସ୍ତ୍ର ପିନ୍ଧନ୍ତୁ । କୌଣସି ଅଘଟଣ ହେଲେ ତୁରନ୍ତ ହସ୍ପିଟାଲ ଆଣନ୍ତୁ । ସବୁଠାରୁ ବଡ଼ କଥା ପରିବେଶ ସୁରକ୍ଷା ସହିତ ଶବ୍ଦ ପ୍ରଦୂଷଣରୁ ଦୂରେଇ ରହି ଆଲୋକ ପର୍ବ ପାଳନ କରନ୍ତୁ । ”

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)