ହେଲିପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତି ଦୌପଦି ମୂର୍ମୁଙ୍କ ହେଲିକପ୍ଟର ।

ଅକ୍ଷର ବ୍ୟୁରୋ: ହେଲିପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତି ଦୌପଦି ମୂର୍ମୁଙ୍କ ହେଲିକପ୍ଟର । କେରଳ ଗସ୍ତରେ ଯାଇଥିବା ବେଳେ ହେଲିପ୍ୟାଡରେ ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର । ରାଷ୍ଟ୍ରପତି ପଥନାମଥିତ୍ତର ପ୍ରମଦମରେ ଲ୍ୟାଣ୍ଡିଂ କରିବା ପରେ ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯାଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର । ହେଲିକପ୍ଟରର ଚକା ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯିବା ଫଳରେ ପୋଲିସ ଓ ଏୟାରଫୋର୍ସ ଅଧିକାରୀମାନଙ୍କୁ ହେଲିକପ୍ଟରକୁ ଠେଲି ଠେଲି ନେବାକୁ ପଡ଼ିଥିଲା । ହେଲିକେପ୍ଟରକୁ ପ୍ରଥମେ ନୀଲାକ୍କାଲ୍ ରେ ଲ୍ୟାଣ୍ଡି କରିବାର ଥିଲା । ମାତ୍ର ପରେ ଖରାପ ପାଗ ପାଇଁ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)