ପୀତବାସ ପଣ୍ଡା ହତ୍ୟା ମାମଲା ଉପରୁ ହଟିଲା ପରଦା; ପ୍ରି-ପ୍ଲାନ୍ କରି ପୀତବାସଙ୍କୁ କରାଯାଇଥିଲା ହତ୍ୟା ।

ଅକ୍ଷର ବ୍ୟୁରୋ: ପୀତବାସ ପଣ୍ଡା ହତ୍ୟା ମାମଲା ଉପରୁ ହଟିଲା ପରଦା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ । ବିହାରରୁ ଆସିଥିଲେ ହତ୍ୟାକାରୀ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ ପୀତବାସଙ୍କୁ ରେକି କରିଥିଲେ, ତା ପରେ କେଉଁଠୁ ହତ୍ୟା କରିବେ କେମିତି ହତ୍ୟା କରିବେ ତାର ମାଷ୍ଟର ପ୍ଲାନ୍ ବନାଇଥିଲେ । ପ୍ରେସମିଟ୍‌ରେ ବ୍ରହ୍ମପୁର ଏସପି ଦେଉଥିବା ସୂଚନା ଆଧାରରେ, ପୀତବାସଙ୍କୁ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ହତ୍ୟା ପୂର୍ବରୁ ରେକି କରିଥିଲେ ଅଭିଯୁକ୍ତ । ଏବଂ ପରେ ନୂଆ ପ୍ୟାଣ୍ଟସାର୍ଟ ପିନ୍ଧି ସାମ୍ନାକୁ ଆସିଥିଲେ । ପୀତବାସଙ୍କୁ ନମସ୍କାର ପକାଇ ଗୁଳି କରିଥିଲେ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏ ସମସ୍ତ ଅପରାଧୀ ବିକ୍ରମ ପଣ୍ଡାଙ୍କ ସହଯୋଗୀ ବୋଲି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ତେବେ ପୀତବାସଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ୩ଥର ଉଦ୍ୟମ କରିଥିଲେ କିନ୍ତୁ ଫେଲ୍ ମାରିଥିଲେ । କିଛିଦିନ ରେକି କରିବା ପରେ ପୀତବାସଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ହତ୍ୟାକାରୀ । ସେପଟେ, ପୀତବାସ ହତ୍ୟା ମାମଲା, ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ ଭ୍ୟାନ୍‌ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଟକ ରଖି ଜେରା କରୁଛି ବ୍ରହ୍ମପୁର ପୁଲିସ । ରିଜର୍ଭ ବାରାକରେ ରଖି ପଚରା ଉଚୁରା କରାଯାଉଥିବା ଜଣାପଡ଼ିଛି । ଏକ ଟ୍ରାଞ୍ଜାକ୍ସନ ମାମଲାରେ ତାଙ୍କୁ ପୁଲିସ ଡକାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)