ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ; ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ଆହୁରି କହିଛନ୍ତି, ଯେଉଁମାନେ ଉଚ୍ଚଶିକ୍ଷା ପୋର୍ଟାଲ ଏଚଆଇଏମଏସ୍ (ହିମସ) ପୋର୍ଟାଲରେ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ମିଳିବ । ପୂର୍ବ ସରକାର ସମୟରୁ ରାଜ୍ୟରେ କଲେଜମାନଙ୍କରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଯାହାକୁ ପୂରଣ କରିବାପାଇଁ ସରକାର ପକ୍ରିୟା ଆରମ୍ଭ କରିଛନ୍ତି । ତା ପୂର୍ବରୁ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ ଅବସରପ୍ରାପ୍ତ ଅଧ୍ୟାପକ । ୪୮୮ ଓ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଶିକ୍ଷାଦାନ କରିବେ । ଆସନ୍ତା ୩୧ ସୁଦ୍ଧା HIMS ପୋର୍ଟାଲରେ ଆବେଦନ କଲେ ନିଯୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)