ଅକ୍ଷର ବ୍ୟୁରୋ: ବାତ୍ୟା ମୋନ୍ଥା ପାଇଁ ପାରାଦ୍ୱୀପରେ ସତର୍କ ସୂଚନା ଜାରି କରାଯାଇଛି । ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସ ପକ୍ଷରୁ ମାଇକ୍ ଦ୍ଵାରା ଲୋକମାନଙ୍କୁ ସତର୍କ କରାଯାଇଛି । ନେହେରୁ ବଙ୍ଗଳା, ଫିସିଂ ହାର୍ବର, ଅଠରବାଙ୍କି ଏବଂ ଷଣ୍ଢକୁଦରେ ପ୍ରଚାର କରାଯାଉଛି । ନୂଆବଜାର, ଚୌମୁହାଣି ଅଞ୍ଚଳରେ ବି ମାଇକ୍ ଦ୍ଵାରା ପ୍ରଚାର କରାଯାଉଛି । ୨୯ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏବଂ ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି । ତେବେ ବଙ୍ଗୋପସଗାରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତର ରୂପ ନେବ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ବାତ୍ୟା ଆନ୍ଧ୍ରପ୍ରଦେଶ ମୁହାଁ ହେଉଥିବା ବେଳେ କେଉଁଠି ସ୍ଥଳଭାଗ ଛୁଇଁବ ତାହା ନେଇ ଆକଳନ କରାଯାଇନାହିଁ । ଏହା କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ ଆଜି ଆଇଏମଡି ଏନେଇ ସୂଚନା ଦେଇପାରେ ।
ବାତ୍ୟା ମୋନ୍ଥା ପାଇଁ ପାରାଦ୍ୱୀପରେ ସତର୍କ ସୂଚନା ଜାରି ।












Leave a Reply