ନଭେମ୍ବର ୧ରୁ ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଅକ୍ଷର ବ୍ୟୁରୋ: ଏବେ ଜମି କିଣାବିକା ନେଇ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ । ନଭେମ୍ବର ୧ରୁ ତହସିଲ ଅଫିସରେ ଜମି କିଣାବିକା ହୋଇପାରିବ । ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ । ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ କରିପାରିବେ । ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭରମ୍ଭ କରିବେ । ଏଣିକି ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)