ଅକ୍ଷର ବ୍ୟୁରୋ: ଆଜି ଓଏସଏସଏସସି ଓ ଏଏସଓ ତରଫରୁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି । ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା । ଦୁଇଟି ପରୀକ୍ଷାକୁ ନେଇ ଦ୍ଵନ୍ଦ୍ଵରେ ରହିଛନ୍ତି ପରୀକ୍ଷାର୍ଥୀ । ଯେଉଁ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ କିପରି ଦୁଇଟି ଯାକ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ସୂଚନା ଅନୁସାରେ, ନଭେମ୍ବର ୯ ତାରିଖରେ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ ସୁପରଭାଇଜର ଆଦି ପଦବୀ ପାଇଁ ଲିଖିତ ପରୀକ୍ଷା କରାଯିବା ନେଇ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି ।
ଅନ୍ୟପଟେ ସେହିଦିନ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ମଧ୍ୟ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଛି । ତେଣୁ ଗୋଟିଏ ଦିନରେ ଦୁଇଟି ପରୀକ୍ଷା ରହିଥିବାରୁ ପରିଚାଳନା ଦାୟିତ୍ଵରେ ଥିବା ଦୁଇ ସରକାରୀ ସଂସ୍ଥା ଛାତ୍ରଛାତ୍ରୀଙ୍କ ଦ୍ଵନ୍ଦ୍ଵ ଦୂର କରିପାରି ନାହାନ୍ତି । ଯଦି ଗୋଟିଏ ଦିନରେ ଦୁଇଟି ଯାକ ପରୀକ୍ଷା ହୁଏ, ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଭୟ ପରୀକ୍ଷାରେ ଯୋଗଦେଇ ନ ପାରି ବଞ୍ଚିତ ରହିବେ । ତେଣୁ ଗତକାଲି ଦୁଇଟି ପରୀକ୍ଷାକୁ ପୃଥକ ଦିନରେ କରିବାକୁ ବହୁ ଛାତ୍ରୀଛାତ୍ର ଦାବି କରିଛନ୍ତି ।












Leave a Reply