ନୂଆପଡାର ସନ୍ତୁଳିତ ଓ ସାମଗ୍ରିକ ବିକାଶ କେବଳ ପ୍ରତିଶୃତି ନୁହେଁ, ଏହା ଆମର ପ୍ରତିବଦ୍ଧତା: ମନମୋହନ ସାମଲ ।

ଅକ୍ଷର ବ୍ୟୁରୋ: ‘ନୂଆପଡାର ସନ୍ତୁଳିତ ଓ ସାମଗ୍ରିକ ବିକାଶ କେବଳ ପ୍ରତିଶୃତି ନୁହେଁ’, ଏହା ଆମର ପ୍ରତିବଦ୍ଧତା ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏକ ପ୍ରେସମିଟ୍ ଡାକି କହିଛନ୍ତି । ଆଜି ବିଜେପି କାର୍ଯ୍ୟାଳୟରେ ଏକ ପ୍ରେସମିଟ୍ ର ଆୟୋଜନ କରାଯାଇଥିଲା । ଓଡିଶା ଜନତା ଦଳର ପ୍ରାର୍ଥୀ ସୁଖଧର ଦଣ୍ଡସେନା ବିଜେପିରେ ସାମିଲ ହେବା ନେଇ ଏକ ମିଶ୍ରଣ ପର୍ବ କରାଯାଇଥିଲା । ତା’ସହିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସେ ଖୋଲା ସମର୍ଥନ ଜଣାଇଛନ୍ତି ବୋଲି ପ୍ରେସମିଟ୍ ରେ କହିଛନ୍ତି । ପ୍ରେସମିଟ୍ ରେ ମନମୋହନ ସାମଲଙ୍କ ସମେତ ଜୟ ନାରାୟଣ ଏବଂ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ନୂଆପଡା ଉପନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ଥିବାରୁ ପ୍ରେସମିଟ ଡାକି ନିଜ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବାକୁ ନୂଆପଡାବାସୀଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘ନୂଆପଡାରେ ଆମେ ସକରାତ୍ମକ ଓ ଆଦର୍ଶଗତ ଲଢେଇ ଲଢୁଛୁ । ବିଜେପି ସରକାରର ବିକାଶର ସ୍ରୋତରେ ସାମିଲ ହେବା ପାଇଁ ମନସ୍ଥ କରିସାରିଛନ୍ତି ନୂଆପଡାବାସୀ । ସକରାତ୍ମକ ରାଜନୀତି ନକରି “ବେଇମାନ ଓ ଚୋରୀ” ଭଳି ଶସ୍ତା କଥା କହି ମୂଳ ପ୍ରସଙ୍ଗକୁ ଏଡାଇ ଦେଉଛି ବିଜେଡି । ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି ବିଜେଡି ଓ କଂଗ୍ରେସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)