ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ ; ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ।

ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା OTET-୨୦୨୫ ପରୀକ୍ଷାର ରେଜଲ୍ଟ ଶନିବାର ପ୍ରକାଶ ପାଇଛି । ମୋଟ ପାସ ହାର ରହିଛି ୬୬. ୫୦ ପ୍ରତିଶତ ରହିଛି । ପରୀକ୍ଷା ଦେଇଥିଲେ ୭୨ ହଜାର ୪୧୩ ପରୀକ୍ଷାର୍ଥୀ । ପାସ୍ କରିଛନ୍ତି ୪୮ ହଜାର ୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ପ୍ରଶ୍ନପତ୍ର ବିଭ୍ରାଟ ପାଇଁ ବାତିଲ ହୋଇଥିଲା ପରୀକ୍ଷା । ବହୁ ବିବାଦ ପରେ ସେପ୍ଟେମ୍ୱର ୨୭ରେ ହୋଇଥିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । ପେପର-୧ ପାସ ହାର ୪୭.୧୭% ଥିବା ବେଳେ ପେପର-୨ ରେ ପାସ ହାର ୭୮.୩୫% ରହିଛି । ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀମାନେ www.bseodisha.ac.in ରେ ନିଜ ରେଜଲ୍ଟ ଦେଖିପାରିବେ ।

ସୂଚନା ଥାଉକି, ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ଦୁଇ ଦୁଇ ଥର ପରୀକ୍ଷା ବାତିଲ ହୋଇଥିଲା । ପରୀକ୍ଷା ଲାଗି ଫର୍ମ ଫିଲପ୍ କରିଥିଲେ ୭୫ ହଜାର ୪୦୪ ଜଣ ପରୀକ୍ଷାର୍ଥୀ । ତେବେ ପ୍ରଶପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚାରେ ଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଲିକ୍ ମାମଲାରେ ପରିଷଦର ଉପ-ସଭାପତିଙ୍କ ସମେତ ଅନେକ ଅସାଧୁ କର୍ମଚାରୀ ଓ ଶିକ୍ଷକ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)