ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ; AIIMS ଯାଇ ଡାକ୍ତରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ଥିବା କଥା ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର AIIMS ଯାଇ ସେଠାକାର ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହ୍ୟୁମାନ ସାଗର ଓଡ଼ିଶାର ଜଣେ ଲୋକପ୍ରିୟ ପ୍ରତିଭାବାନ କଣ୍ଠଶିଳ୍ପୀ । ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଡାକ୍ତର ମାନେ ସର୍ବୋତ୍ତମ ଉଦ୍ୟମ ଜାରି ରଖନ୍ତୁ । ଆବଶ୍ୟକ ହେଲେ ଦିଲ୍ଲୀ AIIMSକୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭେଣ୍ଟିଲେଟରରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା । ଲିଭରରେ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଛି । ଆଗାମୀ ୭୨ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି ।

ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଯଦି ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ଗତ କିଛିଦିନ ଧରି ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର । ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ମସ୍ତିଷ୍କ, ଫୁସ୍ ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା ଅତ୍ୟଧିକ ବହୁ-ଅଙ୍ଗ କାର୍ଯ୍ୟ କରୁନାହିଁ । ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକେ ବାହାର ରାଜ୍ୟକୁ ନେଇପାରନ୍ତି ବୋଲି ଏମସ ପକ୍ଷରୁ ସୂଚନା ଦିଆଯାଇଛି । ଚିକିତ୍ସାରେ ସହାୟତା କରିବାକୁ ନେହୁରା ହୋଇଛନ୍ତି ତାଙ୍କ ମାଆ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଚିକିତ୍ସାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)