ଅକ୍ଷର ବ୍ୟୁରୋ: ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ । ‘ଆପଣମାନେ ତୃଣମୂଳସ୍ତରର ସରକାରୀ ପ୍ରତିନିଧି । ସରକାରୀ ଯୋଜନାର ସଫଳ ରୂପାୟନ ଆପଣଙ୍କର ଦାୟିତ୍ୱ । ଆମ ସରକାରକୁ ୫୨୪ ଦିନ ପୂରିଛି, ପ୍ରାୟ ସବୁ ଜିଲ୍ଲା ଗସ୍ତ କରିଛି । କଟକ ଜିଲ୍ଲାକୁ ସର୍ବାଧିକ ୩୨, କେନ୍ଦୁଝର ଜିଲ୍ଲାକୁ ୩୨ ଥର ଯାଇଛି । ୨୦୩୬ ସମୃଦ୍ଧ ଓଡ଼ିଶା ଓ ୨୦୪୭ ବିକଶିତ ଭାରତ ଆମର ଲକ୍ଷ୍ୟ । ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶାକୁ ରଖିବାକୁ ଲକ୍ଷ୍ୟ ରଖିଛୁ । ଏଥିପାଇଁ ଅନେକ ଆହ୍ବାନ ରହିଛି, ସମ୍ମୁଖୀନ ହେବାକୁ ପଡ଼ିବ । ପ୍ରଥମ ବର୍ଷରୁ ଯୋଜନା କରିଛୁ, ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଆୟୋଜନ କରିଥିଲୁ । ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା ଯାହାକି ବଡ଼ ସଫଳତା’ ।
ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ ।












Leave a Reply