ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

ଅକ୍ଷର ବ୍ୟୁରୋ: ବିହାରରେ ଏନ୍‌ଡିଏର ବିପୁଳ ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିହାର ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି କହିଲେ ଧର୍ମେନ୍ଦ୍ର । ବିହାରରେ ଲଗାତାର ୨୦ ବର୍ଷ ଶାସନ ପରେ ବି ପୁଣି ଥରେ ଏନ୍‌ଡିଏ ବିଜୟୀ ହୋଇଛି । ଏହି ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି ଦେଇଛି କହିଲେ ଧର୍ମେନ୍ଦ୍ର । ପୂରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ NDA ଆସ୍ଥାଭାଜନ ହୋଇପାରିଛି । ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡ଼ାରେ ବିଜେପି ବିପୁଳ ଭୋଟ୍‌ରେ ବିଜୟୀ ହୋଇଛି, ଏହା ଅଦ୍ଭୂତପୂର୍ବ ବିଜୟ । ବିହାର ପ୍ରଭାରୀ ଦାୟିତ୍ବରେ ଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)