ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ବିଜେଡି ପକ୍ଷରୁ ମୂଲତବୀ ପ୍ରସ୍ତାବ ।

ଅକ୍ଷର ବ୍ୟୁରୋ: ଆଜି ହେଉଛି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ମୁଲତବୀ ନୋଟିସ୍ । ଶୂନ୍ୟକାଳରେ ବିଜୁ ଜନତା ଦଳ ପକ୍ଷରୁ ଦିଆଗଲା ମୁଲତବୀ ନୋଟିସ୍ । E-KYC ପରେ ସର୍ଭେ ନାଁରେ ରାସନ କାର୍ଡ କଟାଯାଉଥିବା ଅଭିଯୋଗ । ହିତାଧିକାରୀ ହଇରାଣ ହରକତ ହେଉଥିବା ନେଇ ବିଜେଡିର ଅଭିଯୋଗ ।

ଗତକାଲି ଉଠିଥିଲା ଧାନମଣ୍ଡି ଓ ନାରି ନିର୍ଯାତନା ପ୍ରସଙ୍ଗ । ଆଜି ତୃତୀୟ ଦିନରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହ ବେଶ ସରଗରମ ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ଆଜି ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ଆଇନ୍ ବିଭାଗର ପ୍ରଶ୍ନକାଳ ରହିଥିବା ବେଳେ ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇ ହରତାଳ କରିବା ନେଇ ଆଶଙ୍କା ଥିଲା । ତେବେ ଆଜି ଅଧିବେଶନ ଆରମ୍ଭରୁ ବିଜେଡି ପକ୍ଷରୁ ମୂଲତବୀ ପ୍ରସ୍ତାବ ଦିଆଯିବ । ରାସନ କାର୍ଡ ବଣ୍ଟନରେ ଅବ୍ୟବସ୍ଥା ନେଇ ବିଜେଡ଼ି ଦେଇଛି ମୁଲତବୀ ପ୍ରସ୍ତାବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)