ପ୍ରଥମ ଦିନରୁ ମଣ୍ଡିରେ ଅଚଳବସ୍ଥା; ଚଳିତ ବର୍ଷ ଗୋଟିଏ ବସ୍ତା ଧାନ ବିକି ନାହାନ୍ତି ଚାଷୀ ।

ଅକ୍ଷର ବ୍ୟୁରୋ: ପ୍ରଥମ ଦିନରେ ଧାନ କିଣା ଶୂନ । ଓଡ଼ିଶା ଇତିହାସରେ ଅଲୋଡ଼ା ରେକର୍ଡ । ମଣ୍ଡି ଖୋଲିବାର ପ୍ରଥମ ଦିନରେ ଧାନ କିଣାବିକା ବିଲକୁଲ୍‌ ହେଲାନାହିଁ । ପ୍ରଥମ ଦିନରୁ ମଣ୍ଡିରେ ଅଚଳବସ୍ଥା । ପୂର୍ଵ ବର୍ଷ ଗୁଡ଼ିକରେ ପ୍ରଥମ ଦିନରେ ଲକ୍ଷାଧିକ ବସ୍ତା ଧାନ କିଣାଯାଉଥିଲା । କିନ୍ତୁ ଚଳିତ ବର୍ଷ ଗୋଟିଏ ବସ୍ତା ଧାନ ବିକି ନାହାନ୍ତି ଚାଷୀ । ଏପଟେ ଜିଲ୍ଲା ପ୍ରଶାସନ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି । ଆଜି ଦିନ ୧୧ଟା ପର୍ଯ୍ୟନ୍ତ ସ୍ଥିତି ନସୁଧୁରିଲେ ଅର୍ଥନୈତିକ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ସମ୍ବଲପୁର ଚାଷୀ । ଏପଟେ ଜିଲ୍ଲା ପ୍ରଶାସନ ସହ ଘନଘନ ବୈଠକ ପରେ ମଧ୍ୟ ଚୁକ୍ତି ସ୍ଵାକ୍ଷର କରୁନାହାନ୍ତି ମିଲର ।

ସେପଟେ ଏହାକୁ ନେଇ ଗତକାଲି ବିଧାନସଭାରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବହୁ ଅପେକ୍ଷା ପରେ ବରଗଡ଼ ଓ ସମ୍ବଲପୁରରେ ଖୋଲିଛି ମଣ୍ଡି । ହେଲେ ବରଗଡ଼ ଜିଲ୍ଳାରେ ଏଯାଏଁ ଚାଷୀଙ୍କୁ ମିଳିନି ଟୋକନ । ସେପଟେ ସମ୍ବଲପୁରରେ ମିଲରଙ୍କ ସହ ଚୁକ୍ତି ହୋଇନାହିଁ । ଏଭଳି ସ୍ଥିତିରେ ଧାନ ବିକିବାକୁ ନେଇ ଚାଷୀ ଦ୍ବନ୍ଦ୍ବରେ ପଡିଛନ୍ତି । ଏପଟେ ବିଧାନସଭାରେ ମଣ୍ଡି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଖୋଲିଛି ମଣ୍ଡି । ସମ୍ବଲପୁରରେ ବି ଆଜି ମଣ୍ଡି ଖୋଲିଛି । ମଣ୍ଡି ଖୋଲିବା ପରେ ଚାଷୀ ଉତ୍ସାହିତ । ବିକିବା ପାଇଁ ଟ୍ରାକ୍ଟରରେ ଧାନ ଲଦି ମାର୍କେଟ ୟାର୍ଡକୁ ଆଣିଛନ୍ତି । କିନ୍ତୁ ଉଭୟ ଜିଲ୍ଲାରେ ବହୁ ଚାଷୀଙ୍କୁ ଏବେ ବି ଟୋକନ ମିଳିନି । ସେହିପରି ଚାଷୀଙ୍କ ଚୁକ୍ତି ହୋଇନଥିବାରୁ, ଧାନ କିଏ କିଣିବ? ସେ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ରାଜ୍ୟର ପାଖାପାଖି ୨୦ଲକ୍ଷ ଚାଷୀ ପଞ୍ଜୀକରଣ କରି ଧାନ ବିକିବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏବେ ବି ୨୮ ଜିଲ୍ଲାରେ ମଣ୍ଡି ଖୋଲି ନଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)