ଅକ୍ଷର ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ତାଲିକା । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପକ୍ଷରୁ ପ୍ରସ୍ତୁତ ପରୀକ୍ଷା ସୂଚୀକୁ ଆଜି ଅନୁମୋଦନ କରିବ ସିଏଚଏସଇ ପକ୍ଷରୁ ଗଠନ କମିଟି । ମିଳିଥିବା ସୂଚନା ମୁତାବକ ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା । ଏଥିପାଇଁ ସିଏଚଏସଇର କମିଟି ବୈଠକ ଅନୁଷ୍ଠିତ ହେବ । କମିଟିର ବୈଠକରେ ସିଏଚଏସଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀରେ ବାଜିବ ମୋହର ।
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ତାଲିକା; ଫର୍ମ ପୂରଣ କରିଛନ୍ତି ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।












Leave a Reply