ଆସନ୍ତାକାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ଘଟଗାଁ ମା ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଘଟଗାଁ ମା ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ହେବା ପରେ ଗତ ଜୁନ୍ ୨୧ ତାରିଖରେ ମା ତାରିଣୀଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କାର୍ଯ୍ୟ ହେବ । କାଲି ମା ତାରିଣୀଙ୍କ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଘଟଗାଁ ମିନି ଷ୍ଟାଡିୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)