ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ବାକି ସମସ୍ତ ଖେଳାଳି ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ।

ଅକ୍ଷର ବ୍ୟୁରୋ: ଦିନକ ପରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦। ଏଥିପାଇଁ ଭୁବନେଶ୍ୱରରେ ଜଣକ ପରେ ଜଣେ ଖେଳାଳି ପହଞ୍ଚୁଛନ୍ତି। ଗତକାଲି ରାତିରେ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଥିଲେ। ଟି-୨୦ ସିରିଜି ପାଇଁ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଛି। ଆଜି ବାକି ସମସ୍ତ ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ହୋଟେଲ ମେ’ ଫେୟାରକୁ ଯିବେ। ଦକ୍ଷିଣ ଆଫ୍ରିକାର ଖେଳାଳି ଏବଂ ଅଫିସିଆଲ୍ ମଧ୍ୟ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ବାରବାଟୀରେ ଦୁଇ ଦଳ ଅଭ୍ୟାସ କରିବେ। ସେପଟେ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଟେଲ ମେ’ ଫେୟାରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସ୍ୱତନ୍ତ୍ର ପାରମ୍ପରିକ ନୃତ୍ୟରେ ଖେଳାଳିଙ୍କୁ ସ୍ୱାଗତ କରାଯିବ। ଖେଳାଳି ଓ ଅଫିସିଆଲଙ୍କ ପାଇଁ ୧୨୦ଟି ରୁମ ବୁକ ହୋଇଛି। ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ଚାର୍ଟ ରହିବ। ବ୍ରେକଫାଷ୍ଟରେ ପିଠା, ମିଠା ରଖିବାକୁ ଯୋଜନା ରହିଛି। ସେହିପରି ଲଞ୍ଚ ଓ ଡିନରରେ ଖେଳାଳିଙ୍କ ନିର୍ଦ୍ଦିଷ୍ଟ ମେନ୍ୟୁ ସହିତ ସି’ ଫୁଡ଼ ଓ ମିଲେଟ ଖାଦ୍ୟ ଉପରେ ଫୋକସ କରାଯିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)