ଶେଷ ହେଲା ବିଧାନସଭା ଶୀତ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଅକ୍ଷର ବ୍ୟୁରୋ: ଶେଷ ହେଲା ବିଧାନସଭା ଅଧିବେଶନ । ୧୮ କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ବିଧାନସଭା । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିଥିଲେ । ଏହାପରେ ୨ୟ ଦିନରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଆଉ ଏବେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିଥାନ୍ତା ଅଧିବେଶନ । କିନ୍ତୁ ୧୮ କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ବିଧାନସଭା । ଚଳିତ ଶୀତ ଅଧିବେଶନରେ ସମୁଦାୟ ୧୧ ଦିବସ ଚାଲିଛି ଗୃହ । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ତେବେ ବିଧାନସଭାର ଶେଷ ଦିନରେ ମାଲକାନଗିରିକୁ ନେଇ କମ୍ପିଥିଲା ଗୃହ । ଶୂନ୍ୟକାଳରେ ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)