ଅକ୍ଷର ବ୍ୟୁରୋ: ଏଣିକି ବେପରୁଆ ଗାଡ଼ି ଚାଳକଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମ ଉଲ୍ଲଂଘନ କଲେ ବାତିଲ ହୋଇପାରେ ଡ୍ରାଇଭିଂ ଲାଇସେନ୍ସ । କାରଣ ଏବେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜାରି ହୋଇଛି ସର୍କୁଲାର । ନିୟମିତ ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି ରାଜ୍ୟରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଟ୍ରାଫିକ୍ ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ଗାଡ଼ିର ରେଜିଷ୍ଟ୍ରେସନ୍ ବାତିଲ ହୋଇପାରେ । ରାଜ୍ୟ ସଡ଼କ ପ୍ରାଧିକରଣ ଏନେଇ ବିଦ୍ଧିବଧ ନିର୍ଦ୍ଦେଶନାମା ଜାରି କରିଛି । ମଦ ପିଇ ଗାଡ଼ି ଚଳାଇବା, ସ୍ପିଡ୍ ଲିମିଟ୍ ଅତିକ୍ରମ କରିବା, ଦୁର୍ଘଟଣାରେ ମୃତ୍ୟୁ କିମ୍ୱା ଆହତ ଘଟଣାରେ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ନେଇ ନିୟମ ରହିଛି । ବାରମ୍ବାର ନିୟମ ଉଲ୍ଲଂଘନ କଲେ ଗାଡ଼ି ଆର୍ସି ବାତିଲ କରିଦିଆଯିବ ବୋଲି ପରିବହନ ବିଭାଗ କହିଛି । ସମସ୍ତ କାର୍ଯ୍ୟାନୁଷ୍ଠାନକୁ ବାହନ ଓ ସାରଥି ପୋର୍ଟାଲରେ ତୁରନ୍ତ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ସର୍କୁଲାରରେ ସ୍ପଷ୍ଟ କୁହାଯାଇଛି ।
ବେପରୁଆ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।












Leave a Reply