ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ହେଲିକପ୍ଟର ଯୋଗେ ପୂର୍ବାହ୍ନରେ କେନ୍ଦୁଝର ଏୟାରଷ୍ଟ୍ରିପ୍ ରାଇସୁଆଁରେ ଅବତରଣ କରିବା ପରେ ପଳାଶପଙ୍ଗା ପ୍ରାଥମିକ ସମବାୟ ସମିତିରେ ଧାନ କ୍ରୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପରେ ମୁରୁସୁଆଁ ପଡିଆରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଅପରାହ୍ନରେ ନେଙ୍କଡାଘର ଛକ ନିକଟରେ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବା ପରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ପରେ କାଳୀପଡିଆରେ ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ମହାଯଜ୍ଞରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସନ୍ଧ୍ୟାରେ ଗୋନାସିକା ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । କେନ୍ଦୁଝର ସର୍କିଟ୍ ହାଉସ ଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବେ ।

ଶନିବାର ଡିଏନ୍ ହାଇସ୍କୁଲ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗଦେବା ପରେ ମଇଦାନକେଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନରେ ସିଲସୁଆଁ ଠାରେ ଅଲଚିକି ଭାଷାର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ପରେ ସଦର ବ୍ଲକର ପଦ୍ମପୁର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ହେବେ । ସର୍କିଟ୍ ହାଉସରେ ରାତ୍ରୀଯାପନ କରିବେ । ରବିବାର ସକାଳେ ହେଲିକପ୍ଟରରେ ସିରିଗିଡା ଅଭିମୁଖେ ଯାତ୍ରା କରିବେ । ସେଠାରେ ପିଏମ୍‌ଶ୍ରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଅପରାହ୍ନରେ କେନ୍ଦୁଝର ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବେ । ପରେ ପାର୍କଲାଇନ୍‌ ସ୍ଥିତ ଅଡିଟୋରିୟମରେ ୪୮ତମ ପାଲା ସମ୍ମିଳନୀରେ ଯୋଗଦେବେ । କେନ୍ଦୁଝର ସର୍କିଟହାଉସ ଠାରେ ରବିବାର ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)