ଅକ୍ଷର ବ୍ୟୁରୋ: ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ମହିଳା ସିପାହୀ । ଡେବ୍ରିଗଡ଼ରେ ପ୍ରଥମଥର ସାମିଲ ହେବେ ୫ ମହିଳା ସୁରକ୍ଷାକର୍ମୀ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଡେବ୍ରିଗଡ଼ରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ରେ ପ୍ରଥମ ଥର ପାଇଁ ୫ ଜଣ ମହିଳା ସାମିଲ ହେବାକୁ ଯାଉଛନ୍ତି । ଅକ୍ଟୋବର ୨୦୨୫ରୁ ସେମାନଙ୍କୁ ଅଭିଜ୍ଞ ସୁରକ୍ଷା କର୍ମୀ ଜରିଆରେ ତାମିଲ ଦିଆଯାଇଛି । ଆସନ୍ତା ଜାନୁଆରୀ ୧ରୁ ସେମାନେ ଅଭୟାରଣ୍ୟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କରିବେ । ସେମାନଙ୍କ ମଧ୍ୟରୁ ୪ ଜଣ ଡେବ୍ରିଗଡ଼ ଅଭୟାରଣ୍ୟର ପାଦଦେଶରେ ଥିବା ଗାଁଗୁଡ଼ିକର ଆଦିବାସୀ ପରିବାରର ଝିଅ । ପିଲାଦିନରୁ ସେମାନେ ଏହି ଜଙ୍ଗଲରେ ବୁଲି ବୁଲି ସମୟ ବିତାଇଛନ୍ତି । ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ପ୍ରତି ସେମାନଙ୍କର ପ୍ରତିବଦ୍ଧତା, ନିର୍ଭୀକ ମନୋଭାବ ଓ ପ୍ରକୃତିର ସେବା କରିବା ସ୍ୱପ୍ନ ସେମାନଙ୍କୁ ଡେବ୍ରିଗଡ଼ର ପ୍ରବର୍ତ୍ତନ ୟୁନିଟରେ ଯୋଗଦେବା ପାଇଁ ଅନୁପ୍ରାଣିତ କରିଛି ।
ପ୍ରଥମଥର ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ସାମିଲ ହେବେ ୫ ମହିଳା ସୁରକ୍ଷାକର୍ମୀ ।















Leave a Reply