ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍; ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କଲା ଅବକାରୀ ବିଭାଗ ।

ଅକ୍ଷର ବ୍ୟୁରୋ: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍ । କଠୋର ହୋଇଛି ଅବକାରୀ ବିଭାଗ । ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ଶହ ଶହ ଇଭେଣ୍ଟ ଅର୍ଗାନାଇଜର । ଆଉ ଦିନଟା ପରେ ଆସିବ ନୂଆ ବର୍ଷ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଅସ୍ଥାୟୀ ଲାଇସେନ୍ସ ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ । ଦିନିକିଆ ଲାଇସେନ୍ସ ପାଇଁ ଏମାନେ ଆବେଦନ କରିଥିଲେ । ଲୋକଙ୍କୁ ଦେଖି ଅବକାରୀ ବିଭାଗ ପାଖରେ ଲାଇସେନ୍ସ ଫି’ ଡିପୋଜିଟ୍ କରିବାକୁ ପଡିବ ।

ପୁରୁଣା ଅବକାରୀ ନିତି ଅନୁସାରେ, ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ ରୁ୧୦୦ ଲୋକଙ୍କ ପାଇଁ ୫ ହଜାର, ୧୦୧ ଲୋକଙ୍କ ଠାରୁ ୨୦୦ ଶହ ଲୋକଙ୍କ ପାଇଁ ୧୦ ହଜାର, ୨୦୧ ରୁ୫୦୦ ଲୋକଙ୍କ ପାଇଁ ୧୫ ହଜାର, ୫୦୧-୧୦୦୦ ଲୋକଙ୍କ ପାଇଁ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ଫି ୨୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ୧ ହଜାରୁ ଅଧିକ ଲୋକଙ୍କ ପାଇଁ ଦିନିକିଆ ଲାଇସେନ୍ସ ଫି’ ୨୫ ହଜାର ଟଙ୍କା ଦେବାକୁ ପଡିବ । ସେହି ହିସାବରେ ହୋଟେଲ୍, ମଲ୍, ଓ ବିଭିନ୍ନ କ୍ଲବ୍ ଓ ସୋସାଇଟି ପକ୍ଷରୁ ୩୦ଟି ଅସ୍ଥାୟୀ ଆବେଦନ କରାଯାଇଥିଲା । ସେମାନଙ୍କୁ ଗତ ଶନିବାରଠାରୁ ଲାଇସେନ୍ସ ମିଳିବାର ଥିଲା । ତେବେ ସମସ୍ତଙ୍କ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ । ସେପଟେ ଅବକାରୀ ଡେପୁଟି କମିଶନର କହିଛନ୍ତି, ଚଳିତ ବର୍ଷ ନୂଆ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ଯୋଜନା କରିଛନ୍ତି ସରକାର । ସେଥିପାଇଁ ଅସ୍ଥାୟୀ ଲାଇସେନ୍ସ ବାତିଲ କରିଛନ୍ତି । ଜାନୁଆରୀ ୧ ତାରିଖ ଠାରୁ ପୁଣି ଯେମିତି ଅସ୍ଥାୟୀ ଲାଇସେନ୍ସ ଦିଆଯାଏ, ତାହା ଦିଆଯିବ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଆବେଦନ କରିଥିବା ଇଭେଣ୍ଟ ଅର୍ଗାନାଇଜରଙ୍କ ଆବେଦନ ମଧ୍ୟ ଖାରଜ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)