ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅକ୍ଷର ବ୍ୟୁରୋ: ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି ମହୋତ୍ସବର ସପ୍ତମ ଦିବସ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ମଥୁରା ନଗରୀ ଯାଉଛନ୍ତି । ଅପରାହ୍ନ ୩ଟାରେ ଭୁବନେଶ୍ୱରରୁ ବାହାରି ହେଲିକେପ୍ଟର ଯୋଗେ ବରଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି । ବରଗଡ଼ ବରାହଗୋଡ଼ାରେ ଅସ୍ଥାୟୀ ହେଲିପ୍ୟାଡରେ ଓଲ୍ହାଇବେ । ସେଠାରୁ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ମହାରାଜ କଂସଙ୍କ ରଙ୍ଗମହଲ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଆଜି ସପ୍ତମ ଦିବସରେ ମଥୁରା ନଗରୀରେ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ, କଂସଙ୍କ ନଗର ଭ୍ରମଣ, ହାଟପଦା ଦୁର୍ଗା ମନ୍ଦିର ଠାରେ ଦୁର୍ଗା ସ୍ତୁତି, ରାଜ ଦରବାରରେ ନ୍ୟାୟ ବିଚାର କରାଯିବ । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲିରେ ଦହି ବିକା ଦୃଶ୍ୟ, ବରଗଡ଼ ମନାବନ୍ଧରେ ରାଧାକୃଷ୍ଣଙ୍କ ନାବକେଲି ଦୃଶ୍ୟ ଅଭିନୀତ ସହ ସଂଖଚୁଡ ବଦ୍ଧ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)