ଆଜି ୨୦୨୫ ବର୍ଷର ଶେଷ ଦିନ; ନୂଆବର୍ଷ ୨୦୨୬କୁ ସ୍ୱାଗତ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି ।

ଅକ୍ଷର ବ୍ୟୁରୋ: ଆଜି ୨୦୨୫ବର୍ଷର ଶେଷ ଦିନ । ସବୁଠି ୨୦୨୫କୁ ବିଦାୟ ଏବଂ ନୂଆବର୍ଷ ୨୦୨୬କୁ ସ୍ୱାଗତ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ଶୀତ ରାତି ଆଉ କୁହୁଡି ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିବେ କୋଟି କୋଟି ବିଶ୍ୱବାସୀ । ଜିରୋ ନାଇଟ୍‌ ସେଲିବ୍ରେସନ୍‌ରେ କମ୍ପିବ ଗାଁରୁ ସହର । ବିଭିନ୍ନ ହୋଟେଲ ଓ ପବ୍ ମାନଙ୍କରେ ଆଜି ପ୍ରବଳ ଭିଡ଼ ଜମିବ । ନାଚ, ଗୀତ ସହ ଜମିବ ଖିଆପିଆ । ରାତି ୧୨ଟାରେ ପରସ୍ପରକୁ ନବବର୍ଷର ଶୁଭେଛା ଜଣାଇବେ । ବାଣ ଫୁଟାଇ ସ୍ବାଗତ କରିବେ ବର୍ଷ ୨୦୨୬କୁ । କାନ୍ଥରୁ ବଦଳିବ କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିବେ ୨୦୨୬ରେ । ପୁରୁଣା ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି ଆଗକୁ ବଢ଼ିବା ପାଇଁ ମନରେ ଆଶା ରଖି ସଂକଳ୍ପ ନେବେ ଲୋକେ ।

ଆଜିଠୁ ଜାନୁଆରି ୨ ତାରିଖ ଯାଏଁ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେବ । ଏହାକୁ ଆଖିରେ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯ।ଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ୫ ଥାକିଆ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଭିଡ଼ ନିୟନ୍ତ୍ରଣ, ପାନୀୟ ଜଳ ସୁବିଧା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ସରକାରୀ ଭାବେ ପାଳନ ଉପରେ ଅଙ୍କୁଶ ଲଗାଯାଇଥିଲେ ବି ଧୁମଧାମରେ ନୂଆବର୍ଷ ପାଳନ ପାଇଁ ଟୁଇନସିଟିରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ । ଏନେଇ ହୋଟେଲ, ବାର୍‌, ରେଷ୍ଟୁରାଣ୍ଟ, କ୍ଲବ ପାଇଁ ପରାମର୍ଶବଳୀ ଜାରି କରାଯାଇଛି । ମହିଳା ଓ ଶିଶୁଙ୍କ ପାଇଁ ଅଲଗା ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଛି । ଯୁବପିଢ଼ି ନିଶା ସେବନ କରି ଅନ୍ୟଙ୍କ ପାଇଁ ଦୁଃଖର କାରଣ ନସାଜିବାକୁ ପରାମର୍ଶ ଦେଇଛି ପୁଲିସ । ସୁରକ୍ଷା ସୁନିଶ୍ଚିତ କରିବାକୁ କଟକ-ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ ଟିମ ସହ ସହରର ବିଭିନ୍ନ ସ୍ଥାନରେ ନାକା ଲାଗିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)