ଅକ୍ଷର ବ୍ୟୁରୋ: PUCC ଯାଞ୍ଚ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ଯାଏଁ ବଢ଼ିଛି PUCC ଅବଧି । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ପୂର୍ବରୁ ଜାନୁଆରୀରୁ ଫେବୃଆରୀ ଯାଏଁ ବଢ଼ିଥିଲା । ଏବେ ଆଉ ମାସେ ବଢ଼ିଲା PUCC ଯାଞ୍ଚ ଅବଧି । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅନିୟମିତତା ଅଭିଯୋଗରେ ୪୨ ପଲ୍ୟୁସନ ସେଣ୍ଟରକୁ ସିଲ୍ କରାଯାଇଛି । PUCCକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିରୋଧୀ । ପ୍ରଦୂଷଣ ନାଁରେ ଲୋକଙ୍କୁ ଠିଆ କରିବା, ସବୁଜ ଟୋକନ ନେଇ ପ୍ରଶ୍ନ କରିଥିଲା ବିଜେଡି । ଆଗରୁ ପ୍ରସ୍ତୁତି ନକରି ପୁରୁଣା ଗାଡି ଆଗରେ ଠିଆ ହୋଇ ସାର୍ଟିଫିକେଟ ନେବେ । ଜାଲି ସେଣ୍ଟର ଓ ଟୋକନରୁ ମୁକ୍ତି ଦିଅନ୍ତୁ । ଦୟା କଲା ପରି ମାସେ ନକରି ୬ ମାସ ସମୟ ଦିଅନ୍ତୁ ସରକାର । PUCC ନାଁରେ ଅରାଜକତା ଯୋଗୁଁ ଟଙ୍କା ଆଦାୟ ହେଉଛି । ଲୋକେ ଏହାକୁ ଗ୍ରହଣ କରୁନାହାନ୍ତି ବୋଲି ସେ କହିଛନ୍ତି ।
PUCC ଯାଞ୍ଚ ଅବଧି ମାର୍ଚ୍ଚ ମାସ ଯାଏଁ ବୃଦ୍ଧି କଲେ ରାଜ୍ୟ ସରକାର; ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।












Leave a Reply