ଅକ୍ଷର ବ୍ୟୁରୋ: ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର । କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି ଜାରି । ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ୨ କିଲୋ ୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ଲଗାଯିବ ସ୍ମାର୍ଟ ମିଟର । ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ ୮୮ କୋଟି ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ରହିବ । ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ୨ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ସ୍ଥାପନରେ ଶତ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମାର୍ଚ୍ଚ ୨୪ ତାରିଖରେ ଦେଇଥିବା ଟାରିଫ୍ ଆଦେଶର ମିଟର ଭଡ଼ା ବାତିଲ କରିଛନ୍ତି । ପୁରୁଣା ନନ୍-ସ୍ମାର୍ଟ ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ ଏବଂ ପୂର୍ବରୁ ସ୍ଥାପିତ ସ୍ମାର୍ଟ ମିଟରର ଅପୁନରୁଦ୍ଧାର ଖର୍ଚ୍ଚ ପୂରଣ ପାଇଁ ଏକକାଳୀନ ଅନୁଦାନ ୭୩୫ କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।












Leave a Reply