ଜଳିଗଲା ୧୦ବଖରାରୁ ଅଧିକ ଘର ଏବଂ ଶହେରୁ ଅଧିକ ଛେଳି:

ଅକ୍ଷର ବ୍ୟୁରୋ: ହୁତୁହୁତୁ ହୋଇ ଜଳିଗଲା ୧୦ବଖରା ଘର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା ୭ଟି ପରିବାରର ୧୦ବଖରା ଘର । ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି । ୧୦ଗୋଟି ଗୋରୁ, ଶହେରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୧୦୦ରୁ ଅଧିକ ଧାନ ବସ୍ତା ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି । ଗାଁ ନିକଟରେ ଜଳ ସମସ୍ୟା ଥିବାରୁ ନିଆଁ ଲିଭାଇବାକୁ ନାକେଦମ ହୋଇଥିଲେ ଗ୍ରାମବାସୀ । ଫଳରେ ଚାହୁଁ ଚାହୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି । ଗ୍ରାମବାସୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମବାହିନୀ ପହଂଚିବା ବେଳକୁ ନିଆଁ ସବୁକିଛି ଗିଳି ସାରିଥିଲା । ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)