ଅକ୍ଷର ବ୍ୟୁରୋ: କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ । ଆଲୋଚନା ଦ୍ୱାରା ସବୁ ସମାଧାନ ହେବ, ଆମ ସହ ଆଲୋଚନା କରନ୍ତୁ’ । ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ଧ୍ୟାନ ଦିଅନ୍ତୁ’ । ଓମ୍ସା ପକ୍ଷରୁ ଦୈନିକ ୯ଟାରୁ ୧୧ଟା ଓପିଡି ବନ୍ଦ ହେବା ଯୋଗୁଁ ସ୍ଥିତି ବିଗିଡ଼ିବ ସହ ରୋଗୀ ସେବାରେ ବ୍ୟାହତ ହେବା ନେଇ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ସୋମବାରଠାରୁ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ହେବ । ଏଭଳି ଚରମ ନିଷ୍ପତ୍ତି ନେଇଛି ଓମ୍ସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ) । ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଦୈନିକ ୯ଟାରୁ ୧୧ଟା ଓପିଡି ବନ୍ଦ ହେବା ଯୋଗୁଁ ସ୍ଥିତି ବିଗିଡ଼ିବ । ରୋଗୀ ସେବା ବ୍ୟାହତ ହେବ । ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ । ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି । ହେଲେ ସରକାର ଦାବି ପୂରଣ ସମ୍ପର୍କରେ ସେଭଳି କୌଣସି ନିଷ୍ପତ୍ତି ଗ୍ରହଣ କଲେ ନାହିଁ । ବାଧ୍ୟ ହୋଇ ଓମ୍ସା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଡାକ୍ତରମାନେ ଓପିଡ଼ି ବନ୍ଦ ସମୟକୁ ୧ଘଣ୍ଟାରୁ ୨ଘଣ୍ଟାକୁ ବଢ଼ାଇବାକୁ ସ୍ଥିର କରିଛନ୍ତି । ଆଜିଠାରୁ ଦୈନିକ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ କରିବେ ।












Leave a Reply