୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର ।

ଅକ୍ଷର ବ୍ୟୁରୋ: ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର । ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ଜାଣିବା ପାଇଁ ଏହା କରାଯିବ’ । ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ଜଣାପଡ଼ିବ । ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲା’ । ଜଣାପଡ଼ିଲା ଚିଲିକାରୁ ଏହି ପକ୍ଷୀ ଆନ୍ଧ୍ରର କୋଲେରୁ ହ୍ରଦକୁ ଯାଇଥାନ୍ତି’ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)