ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା; ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର । ୧୯ ଜିଲ୍ଲାରେ ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର୍ସ ଉଠାଇଛନ୍ତି । ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି । ଗତକାଲି ମିଲର୍ସଙ୍କ ସହ ଆଲୋଚନା କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଲୋଚନା ପରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଖରିଫ ଧାନ କିଣା ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ କଳାହାଣ୍ଡି ଜୟପାଟଣାରେ ୨ ଦିନ ହେଲା ମଣ୍ଡିରୁ ଧାନ ନ ଉଠିବାକୁ ନେଇ ମିଲର୍ସଙ୍କ ଆନ୍ଦୋଳନ ଚାଲିଥିଲା । ଦାବିପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ମିଲର ସଂଘ ସଭାପତି କହିଥିଲେ । ଜୟପାଟଣା ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡ଼ିଥିବା ବେଳେ ମିଲର୍ସଙ୍କ ଆନ୍ଦୋଳନ ଯୋଗୁଁ ଧାନ ଉଠାଇବା ବନ୍ଦ କରି ଦିଆଯାଇଥିଲା । ଯେଉଁଥିପାଇଁ ଚାରିଆଡ଼େ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପ୍ରଥମ ଓ ଦ୍ୱିତୀୟ ଟୋକନ୍ ଆସିବା ପରେ ଚାଷୀ ଧାନ ବିକ୍ରି କରୁଥିଲେ । କିନ୍ତୁ ସରକାର ଓ ମିଲର୍ସଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ପେସି ହେଉଥିଲେ ଚାଷୀ । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଥିଲା ଅଲ ଓଡ଼ିଶା ମିଲର୍‌ ଆସୋସିଏସନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)