ଅକ୍ଷର ବ୍ୟୁରୋ: ଏହି ଶୀତ ସକାଳରେ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଜାନୁଆରୀ ୯ତାରିଖରେ ଫୁଲ ପ୍ରଦର୍ଶନୀ ଆରମ୍ଭ ହେବ । ମାଗଣାରେ ଏକାମ୍ର କାନନରେ ଏହି ପୁଷ୍ପ ପ୍ରଦର୍ଶନୀର ମଜା ଉଠାଇ ପାରିବେ ସାଧାରଣ ଲୋକ । ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ଓ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଏହି ପୁଷ୍ପ ପ୍ରଦର୍ଶନୀ ହେବ । ପ୍ରତିବର୍ଷ ଦୁଇ ଦିନ ଧରି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଚଳିତ ଥର ତିନି ଦିନ ହେବ । ୯ତାରିଖ ଅର୍ଥାତ୍ ଶୁକ୍ରବାର ଆରମ୍ଭ ହୋଇ ରବିବାର ସରିବ । ଅର୍କିଡ, ଲିଲିୟମ୍ ଭଳି ଅନେକ ଦେଶୀ ଓ ବିଦେଶୀ ଫୁଲ ଆକର୍ଷଣ ସାଜିବ । ଠିକ୍ ସେହିପରି ଜାନୁଆରୀ ୧୦ତାରିଖରେ ରାଜଭବନ ଉଦ୍ୟାନ ଖୋଲାଯିବ । ଛାତ୍ରଛାତ୍ରୀ, ସାଧାରଣ ଦଶର୍କ ୧୦ ତାରିଖରୁ ରାଜଭବନ ବୁଲିବାର ସୁଯୋଗ ପାଇବେ । ଏଥର ମଧ୍ୟ ଅନ୍ଲାଇନ୍ ରେ ଟିକଟ୍ ର ବ୍ୟବସ୍ଥା ରହିଛି ।
ଜାନୁଆରୀ ୧୦ତାରିଖରେ ଖୋଲିବ ରାଜଭବନ ଉଦ୍ୟାନ ।












Leave a Reply