ଆଜିଠୁ ରାଜ୍ୟରେ ସ୍ୱାଭାବିକ ହେବ ଧାନ କିଣା; ମିଲର୍ସମାନଙ୍କ ଆନ୍ଦୋଳନ ନେଇ ୩ଦିନ ଧରି ବନ୍ଦ ଥିଲା ଧାନକିଣା ।

ଅକ୍ଷର ବ୍ୟୁରୋ: ଆଜିଠୁ ରାଜ୍ୟରେ ସ୍ୱାଭାବିକ ହେବ ଧାନ କିଣା । ରାଜ୍ୟ ସରକାର-ମିଲର୍ସଙ୍କ ଭିତରେ ଚାଲିଥିବା ଛକାପଞ୍ଝାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ସରକାର ଗୋଟିଏ ଦାବି ମାନି ନେଇଛନ୍ତି । ତେବେ ଆସନ୍ତା ୧୫ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନ କଲେ ମିଲର୍ସମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ବୋଲି ଚେତାବନୀ ଦେଇଛନ୍ତି । ମିଲର୍ସମାନଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ୩ଦିନ ହେବ ଧାନକିଣା ବନ୍ଦ ହୋଇଯାଇଛି । ଚାଷୀମାନେ ମଣ୍ଡିରେ ଧାନକୁ ଜଗି ଶୀତ କାକରରେ ପଡ଼ି ରହିଛନ୍ତି । ଅନେକ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଗଲାଣି । ରାଜ୍ୟ ସରକାର ଓ ମିଲର୍ସଙ୍କ ଭିତରେ ହୋଇଥିବା ବୈଠକ ବିଫଳ ହେବା ପରେ ସମସ୍ୟା ଆହୁରି ବଢ଼ି ଯାଇଥିଲା । ତେବେ ଏହି ଅଚଳାବସ୍ଥାର ସମାଧାନ ହୋଇଛି । ରାଜ୍ୟରେ ଏବେ ଧାନ ଉଠାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ ମିଲର୍ସଙ୍କ ରହିଥିବା ଦାବିକୁ ସରକାର ମାନି ନେଇଛନ୍ତି । ତେଣୁ ଧାନ ଉଠାଇବା ଲାଗି ସେମାନେ ରାଜି ହୋଇଛନ୍ତି । ପୁଣିଥରେ ଧାନ ଉଠାଣ ଆରମ୍ଭ ହୋଇସାରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)