ଅକ୍ଷର ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତରସଂଘ । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାରଠାରୁ ସ୍ବାସ୍ଥ୍ୟସେବା ସ୍ବାଭାବିକ ହେବ । ଏନେଇ ସୂଚନା ଦେଇଛନ୍ତି OMSA ସଭାପତି । ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦୋଳନରୁ ଡାକ୍ତରମାନେ ଓହରିଛନ୍ତି । ସୂଚନା ଥାଉକି, ସାରା ରାଜ୍ୟରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିଲେ । ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଥିଲେ । ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଡାକ୍ତରମାନେ ରାଜ୍ୟ ଡାକ୍ତରୀ ମହାସଂଘ (ଓମ୍ସା)ର ଡାକରା କ୍ରମେ ପ୍ରଥମେ କଳାବ୍ୟାଜ୍ ପରିଧାନ କରିଥିଲେ । ପରେ ଓପିଡି ୧ ଘଣ୍ଟା ବନ୍ଦ ଓ ଏବେ ଦୁଇଘଣ୍ଟା ବନ୍ଦ ନିଷ୍ପତ୍ତି ନେଇ ଆନ୍ଦୋଳନ ଜାରି ରଖିଥିଲେ ।
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ ।












Leave a Reply