ଅକ୍ଷର ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ଲହରୀ । ସକାଳୁ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ଶନିବାର ସକାଳ ପରିବର୍ତ୍ତେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଆଦେଶ ଅନୁଯାୟୀ, ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଆରମ୍ଭ କରି ଫେବୃଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍କୁଲରେ ଶନିବାର କେବଳ ଦିନ ସିଫ୍ଟରେ କ୍ଲାସ୍ କରାଯିବ । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରଚଳିତ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଶନିବାର ସ୍କୁଲଗୁଡ଼ିକୁ ସକାଳ ଶ୍ରେଣୀ ବଦଳରେ ଦିନ ସିଫ୍ଟରେ କ୍ଲାସ୍ କରିବାକୁ କହିଥିଲା ।
ପ୍ରବଳ ଶୀତ ଯୋଗୁଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଶନିବାର ସକାଳ ପରିବର୍ତ୍ତେ ଦିନରେ କରିବାକୁ ନିର୍ଦ୍ଦେଶ ।












Leave a Reply