ମୁଖ୍ୟମନ୍ତ୍ରୀଙ୍କୁ ରିର୍ପୋଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ବେତନ କମିସନ ।

ଅକ୍ଷର ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ରିର୍ପୋଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ବେତନ କମିସନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି । ଯାହା ରାଜ୍ୟ ଅର୍ଥ କମିସନ ଏବଂ କେନ୍ଦ୍ର ଅର୍ଥ କମିସନ ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗୀତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ । 

ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି ସମୀକ୍ଷା ଡଟ୍ ଓଡ଼ିଶା ଡଟ୍ ଗଭ ଡଚ୍ ଇନ୍ ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ପ୍ରଗତି ତଦାରଖ କରିପାରିବେ । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଆର୍ଥିକ ମାନଦଣ୍ଡ, ପଞ୍ଚାୟତ ସ୍ତରର ଢାଞ୍ଚା ପରିବର୍ତ୍ତନ, ଜନସାଧାରଣଙ୍କ ଜୀବନଧାରଣାର ମାନ ବୃଦ୍ଧି, ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସ୍ଥିତି ସୁଧାରିବାକୁ ତତ୍‌ସହିତ ସମୃଦ୍ଧ ଓଡ଼ିଶାର ଭିତ୍ତି ସୁଦୃଢ଼ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସୂଚନା ଯୋଗ୍ୟଯେ, କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଏକ ପୂର୍ବାନୁମାନଯୋଗ୍ୟ ଏବଂ ସୂତ୍ର-ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ, ଗ୍ରାମୀଣ ଏବଂ ସହରାଞ୍ଚଳର ସ୍ଥାନୀୟ ପୃଥକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କମିଶନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ ସୁପାରିଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)