ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଅକ୍ଷର ବ୍ୟୁରୋ: ଆସନ୍ତା ଫେବୃଆରୀ ୧୫ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା । ଏନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ସମସ୍ତ ନିଯୋଗ ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ । ବୈଠକରେ ସେବାୟତଙ୍କ ମତାମତକୁ ନେଇ ଜାଗର ଦିନର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ତଦନୁଯାୟୀ ରାତି ୧୦ଟାରେ ମନ୍ଦିର ଚୁଡ଼ାକୁ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି । ତେବେ ମହାଦୀପ ଉଠିବା ପରେ ମନ୍ଦିର ପ୍ରଶାସନର ସମନ୍ୱୟ ଅଭାବରୁ କେତେଜଣ ପାଳିଆ ସେବାୟତ ଏବଂ ଅନ୍ୟ କର୍ମଚାରୀମାନେ ପଳାଇ ଯାଉଛନ୍ତି । ଫଳରେ ମହାଦୀପ ଉଠିବା ପରବର୍ତ୍ତୀ ନୀତିକାନ୍ତିରେ ବିଶୃଙ୍ଖଳା ଦେଖାଦେଉଛି । ଚଳିତ ବର୍ଷ ଏଥିରେ ସୁଧାର ଆଣିବାକୁ ନିଯୋଗ ପକ୍ଷରୁ ଦାବି କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କାର୍ଯ୍ୟନିର୍ବହୀ ଅଧିକାରୀ ହେମନ୍ତ ଭାରିମଲ୍ଲଙ୍କ ସମେତ ଅନ୍ୟ ମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କ ସହ ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ମହାସୁଆର, ବ୍ରାହ୍ମଣ ନିଯୋଗର ବିରଞ୍ଚି ନାରାୟଣ ପତି, ରାଜେନ୍ଦ୍ର ସମର୍ଥା, ଅଞ୍ଚଳ ବଟୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)