ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ ରେ କୁନ୍ତି ମେହେର ଙ୍କ ୨୧ ମାସର ଭତ୍ତା ଟଙ୍କା ହଡପ କରିଥିବା ଅଭିଯୋଗ ରେ ଦୁର୍ନିତୀ କରିଥିବା ପିଇଓ ଙ୍କ ବିରୋଧ ରେ ବହିଷ୍କାର ଦାବି କରି ଦଲିତ ଅଧିକାର ମଞ୍ଚ ସିନାପାଲି ବ୍ଲକ ସମ୍ମୁଖ ରେ ଗଣ ଧାରଣା ଦେଇଛନ୍ତି। ଦିର୍ଘ ସମୟ ଧରି ଧାରଣା ରେ ଆନ୍ଦୋଳନ କାରି ବସିଥିବା ବେଳେ ସିନାପାଲି ବିଡିଓ କାର୍ମୀ ଓରାମ ଧାରଣା ସ୍ଥଲକୁ ଆସି ବୁଝାସୁଝା କରିଥିଲେ। ଏବଂ ଆଗାମୀ ୭ ଦିନରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତି ସ୍ରୁତି ଦେଇଥିବା ବେଳେ ଆନ୍ଦୋଳନ କାରି ଧାରଣା ରୁ ପ୍ରତ୍ୟାହୃତ କରିଛନ୍ତି। ଆଗାମୀ ୭ଦିନ ଭିତରେ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭୟାଭୟ ଆନ୍ଦୋଳନ ହେବ ବୋଲି ଦଲିତ ଅଧିକାର ମଞ୍ଚ ଚେତାବନୀ ଦେଇଛନ୍ତି।
୨୧ମାସର ଭତ୍ତା ଟଙ୍କା ହଡପ ଘଟଣାରେ ଦଲିତ ଅଧିକାର ମଞ୍ଚ ସିନାପାଲି ବ୍ଲକ ସମ୍ମୁଖ ରେ ଗଣ ଧାରଣା।













Leave a Reply