ଅକ୍ଷର ବ୍ୟୁରୋ: ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ମହାମହିମ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା କାର୍ଯ୍ୟକ୍ରମ ରହିଛି । ଶିମିଳିପାଳ ଗୁଡ଼ଗୁଡ଼ିଆଠାରେ ସ୍ଥାନୀୟ ବାସିନ୍ଦାଙ୍କୁ ଉଦବୋଧନ ଦେବେ । ଏହା ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରିଆସିବେ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ରାଷ୍ଟ୍ରପତି ଛତିଶଗଡ଼ ଅଭିମୁଖେ ଯିବା ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି । ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ତାଙ୍କ ଶ୍ୱଶୁର ଘର ଗାଁ ପାହାଡ଼ପୁରକୁ ଯାଇଥିଲେ । ସ୍ଥାନୀୟ ବାସିନ୍ଦା ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେତାଳେ ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ । ଏହା ପରେ ସେ ଏସ୍ ଏଲ୍ ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱିତୀୟ ଦିନର ମୟୁରଭଞ୍ଜ ଗସ୍ତ ଏକପ୍ରକାର ବ୍ୟସ୍ତବହୁଳ ରହିଥିଲା । ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟଠାରୁ ଆରମ୍ଭ କରି ମହିଳା ଓ ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିବା, ଜାହିରାପୀଠରେ ଆଶୀର୍ବାଦ ଭିକ୍ଷା, ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପର୍ଯ୍ୟନ୍ତ ସବୁଠି ଲୋକଙ୍କ ସହିତ ସଂପର୍କ ଯୋଡ଼ିଥିଲେ ରାଷ୍ଟ୍ରପତି ।
ଆଜି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ












Leave a Reply