ଅକ୍ଷର ବ୍ୟୁରୋ: ଆଜି ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି । ଏ ଶୁଣାଣିରେ ମହାନଦୀକୁ ଯେ ନ୍ୟାୟ ମିଳିବ ତାହା ଏବେ ବି ସନ୍ଦିହାନ । ନ୍ୟାୟିକ ଲଢେଇରେ ୪୯ ଥର ଶୁଣାଣି ପରେ ଶନିବାର ଟ୍ରିବ୍ୟୁନାଲରେ ହେବ ୫୦ତମ ଶୁଣାଣି । ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ । କେବଳ ନୂଆ ତାରିଖ ନେଇ ଫେରିବ ଓଡ଼ିଶା । ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି । ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି ।
ହେଲେ ଛତିଶଗଡରେ ଥିବା ବିଜେପି ସରକାର ଏଥିପାଇଁ ସେତେଟା ଆନ୍ତରିକତା ଦେଖାଉନାହିଁ । ମହାନଦୀ ବିବାଦ ଭିତରେ ଶାସକ ବିଜେପି ଉପରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା । ଆପୋଷ ଆଲୋଚନା କଥା କହି ସରକାର ଟ୍ରିବ୍ୟୁନାଲରୁ ଓହରିବାକୁ ଚେଷ୍ଟା କରୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେଡି । ବିଧାନସଭାରେ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ମହାନଦୀ ପାଇଁ ବିଜେଡି କଣ କରିଛି ତାହାର ଶ୍ବେତପତ୍ର ପ୍ରକାଶ କରୁ ବୋଲି ଦାବି କରିଛନ୍ତି ।












Leave a Reply