ଅକ୍ଷର ବ୍ୟୁରୋ: ଆଜି ଭାରତ ବନ୍ଦ ଡାକରା । କେନ୍ଦ୍ରୀୟ ଶ୍ରମ ଆଇକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବ ବିଭିନ୍ନ ଶ୍ରମିକ ସଂଗଠନ। ଦେଶର ୧୦ ଟ୍ରେଡ଼ ୟୁନିଅନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସେପଟେ ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ବିଜୁ ଶ୍ରମିକ ସାମ୍ମୁଖ୍ୟ । ସେପଟେ ଶ୍ରମିକ ସଂଗଠନ, ବାମ ଦଳ ଓ କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କରିଛି ବିଜେପି । ଆଜି ଭାରତ ବନ୍ଦ ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଆସିଛି । ସକାଳ ସାଢେ ୯ଟା ସୁଦ୍ଧା ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ଟା ୧୫ରେ ବନ୍ଦ ହେବ ସଚିବାଳୟ ଫାଟକ । ୧୦ ଟ୍ରେଡ ୟୁନିଅନର ୧୨ ଦଫା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା । ସକାଳ ୬ରୁ ସଂଧ୍ୟା ୬ ପର୍ଯନ୍ତ ବନ୍ଦ ଡାକରା ।
କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଓ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ । ଦେଶର ୧୦ ଟ୍ରେଡ ୟୁନିଅନ ସଂସ୍ଥା ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । କେନ୍ଦ୍ର ସରକାରଙ୍କ ବିରୋଧରେ କରିଛନ୍ତି ଗର୍ଜନ । ମନରେଗା ଉଚ୍ଛେଦ ସହ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ବନ୍ଦ ଡାକରା ଦେଇଛନ୍ତି । ଶ୍ରମିକମାନଙ୍କ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । ଶ୍ରମିକ ମାନଙ୍କ ଏହି ଦାବିକୁ ଯଥାର୍ଥ ବୋଲି କହିଛି କଂଗ୍ରେସ । ଶ୍ରମିକ, ସାଧାରଣ ଉପଭୋକ୍ତା ଓ ଚାଷୀମାନଙ୍କର ସମୁହ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଂଗ୍ରେସର ତୃଣମୂଳସ୍ତର ଯାଏ ନେତା ଓ କର୍ମୀ ଧର୍ମଘଟକୁ ସମର୍ଥନ କରିବା ପାଇଁ ପିସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।












Leave a Reply