ପ୍ରକାଶ ପାଇଲା OTET-୨୦୨୫ ପରୀକ୍ଷା ଫଳ; ମୋଟ୍ ୬୮.୯୭ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ।

ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଲା OTET-୨୦୨୫ ପରୀକ୍ଷା ଫଳ । ୨୦୨୫ ଡିସେମ୍ବର ୨୫ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ପେପର-୧ରେ ୪୫ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ପାସ୍ ହୋଇଛନ୍ତି । ସେହିପରି ପେପର-୨ରେ ୧ଲକ୍ଷ ୮ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୭୩,୯୫୪ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମୋଟ୍ ୬୮.୯୭ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ପାସ୍ ହାର ପେପର-୧ରେ ୭୧.୧୬ ପ୍ରତିଶତ ଓ ପେପର-୨ ରେ ୬୮.୦୬ ପ୍ରତିଶତ ରହିଛି । ମୋଟ ୧,୬୦,୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୦୬,୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି । 

ଅପରାହ୍ନ ୪ଟାର ମାଧ୍ୟମିକ ଶିକ୍ଷା ପରିଷଦ(BSE)ୱେବ୍ ସାଇଟ୍ ରେ ଓଟିଇଟି ରେଜଲ୍ଟ ଉପଲବ୍ଧ ହୋଇଛି । www.bscodisha.ac.in ରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖି ପାରିବେ । ସେହିପରି ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ OTET-୨୦୨୬ ପରୀକ୍ଷା । ଓଟିଇଟି ଆବେଦନ ନେଇ ଖୁବ୍‌ ଶୀଘ୍ର ତାରିଖ ପ୍ରକାଶ ପାଇବ । BSE ପରୀକ୍ଷା ତାରିଖ ଓ ସିଲାବସ୍‌ ନେଇ ମଧ୍ୟ ସୂଚନା ଦେବ ବୋର୍ଡ । ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)