ବିଶ୍ୱ ରେଡିଓ ଦିବସ ଅବସରରେ ଏକାମ୍ର ହାଟରେ ଆୟୋଜିତ ହୋଇଛି ‘ରେଡିଓ ମେଳା’ ।

ଅକ୍ଷର ବ୍ୟୁରୋ: ଏକାମ୍ର ହାଟରେ ଆରମ୍ଭ ହୋଇଛି ଦ୍ୱାଦଶ ଭୁବନେଶ୍ୱର ‘ରେଡିଓ ମେଳା’ । ମେଳାରେ ମନ ଜିଣୁଛି ଭଳିକି ଭଳି ରେଡ଼ିଓ । ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ ଏବଂ ବୟନଶିଳ୍ପ ସଚିବ ଗୁହା ପୁନମ ତାପସ ଯୋଗ ଦେଇ ମେଳାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ‘ଆଉଟ ରିଚ୍’ ର ମୁଖ୍ୟ ସୁବ୍ରତ କୁମାର ପତିଙ୍କ ସହ ଅନ୍ୟ ଅତିଥି ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହା ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ଦେଶର ଏକମାତ୍ର ରେଡିଓ ମେଳା, ଯାହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ୍, ପ୍ରସାରଣ ସାମଗ୍ରୀ ଏବଂ ବିଭିନ୍ନ ପ୍ରକାରର ୱାକି-ଟକି ପ୍ରଦର୍ଶିତ ହେଉଛି । ବିଭିନ୍ନ ପ୍ରସିଦ୍ଧ ରେଡିଓ ଚ୍ୟାନେଲ ମଧ୍ୟ ନିଜର ଷ୍ଟଲ୍ ମାଧ୍ୟମରେ ଦର୍ଶକଙ୍କ ସହ ଯୋଡ଼ି ହେଉଛନ୍ତି । ମେଳାରେ ରେଡ଼ିଓର ସ୍ମୃତି ତାଜା କରିବା ସହ ଫୁଡ୍ କୋର୍ଟରେ ବିଭିନ୍ନ ଖାଦ୍ୟର ସ୍ଵାଦ ଚାଖୁଛନ୍ତି ରାଜଧାନୀବାସୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)